ଆହ୧ାଦ୍ ଫଳକଲିପି (#15622)

*ନିତ୍ୟ ଅନିବାର୍ଯ୍ୟ ପ୍ରାର୍ଥନାବଳୀ ସହିତ ଅନ୍ୟ କେତେକ ର୍ନିିଷ୍ଟ ପ୍ରାର୍ଥନାବଳୀ ଯଥା- ଆରୋଗ୍ୟ ପ୍ରାର୍ଥନା, ଆହ୍୧ାଦ୍ ଫଳକଲିପି ଆଦିକୁ ବାହଓଲ୍ଲହ୍ଙ୍କ ଦ୍ୱାରା ସ୍ୱତବ ଶକ୍ତି ତଥା ବୈଶିଷ୍ଟ୍ୟତା ପ୍ରଦାନ କରାଯାଇ ଭୂଷିତ କରାଯାଇଅଛି । ଏଣୁ ବିଶ୍ୱାସୀମାନଙ୍କ ଦ୍ୱାରା ସେଗୁଡ଼ିକୁ ଆନୁଗତ୍ୟତା ଓ ନିର୍ଭରଶୀଳତା ସହ ଗ୍ରହଣ କରାଯିବା ଉଚିତ୍ । ଯାହା ଫଳରେ ସେହିଗୁଡ଼ିକ ମାଧ୍ୟମରେ ସେମାନେ ଈଶ୍ୱରଙ୍କ ସହ ଘନିଷ୍ଟ ସମ୍ପର୍କ ସ୍ଥାପନ କରିପାରିବେ ଏବଂ ସ୍ୱୟଂ ତାଙ୍କ ବିଧାନ ଓ ଉପଦେଶାବଳୀ ସହିତ ସେମାନେ ନିଜେ ନିଜକୁ ର୍ପୂମାତ୍ରାରେ ପରିଚିତ ହୋଇପାରିବେ । 

* -ଶୋଘି ଏଫେି



ସ୍ୱୟଂ ସେ ହେଉଛନ୍ତି ଦିବ୍ୟ ସମ୍ରାଟ, ସର୍ବଜ୍ଞାତା ତଥା ବିଜ୍ଞ । ଦେଖ, ବୈକୁଣ୍ଠ ବୁଲ୍ବୁଲ୍ ଶାଶ୍ୱତ ବୃକ୍ଷର ଶାଖା ଉପରେ ପବିତ୍ର ଏବଂ ମଧୁର ସ୍ୱରରେ ଗାଉଅଛି । ନିଷ୍ଠାବାନ୍ମାନଙ୍କୁ ପରମେଶ୍ୱରଙ୍କ ସାମିପ୍ୟର ଶୁଭ ସମାଚାର ଘୋଷଣା କରି ଦିବ୍ୟ ଏକତାର ବିଶ୍ୱାସୀମାନଙ୍କୁ ସେହି ମହାନ୍ ବଦାନ୍ୟଙ୍କ ଉପସ୍ଥିତିର ଦରବାରକୁ     ଆହ୍ୱାନ କରୁଅଛି, ବିଭାଜିତମାନଙ୍କୁ ସେହି ଈଶ୍ୱର, ଦିବ୍ୟ ସମ୍ରାଟ, ମହିମାନ୍ୱିତ ତଥା ଅତୁଳନୀୟଙ୍କ ଦ୍ୱାରା ପ୍ରକାଶିତ ସନେ୍ଦଶର ସୂଚନା ଦେଉଅଛି । ବିଭୁ ପ୍ରେମୀମାନଙ୍କୁ ପବିତ୍ରତାର ସିଂହାସନ ତଥା ଏହି ଦୀପ୍ତୀମାନ୍ ସୌନ୍ଦର୍ଯ୍ୟ ପ୍ରତି ମାର୍ଗ ପ୍ରଦର୍ଶନ କରୁଅଛି । 

ବସ୍ତୁତଃ ଏହା ହେଉଛି ସେହି ମହାନ୍ ସୌନ୍ଦର୍ଯ୍ୟ, ଯାହାଙ୍କ ବିଷୟରେ ଈଶ୍ୱରଙ୍କ ଅବତାରମାନଙ୍କ ଗ୍ରନ୍ଥମାନଙ୍କରେ ଭବିଷ୍ୟବାଣୀ କରାଯାଇଥିଲା, ଯାହାଦ୍ୱାରା ସତ୍ୟ ଏବଂ ଭ୍ରାନ୍ତି ମଧ୍ୟରେ ପ୍ରଭେଦ କରାଯିବ ତଥା ପ୍ରତ୍ୟେକ ଆଦେଶର ବୁଦ୍ଧିମା ପରୀକ୍ଷା କରାଯିବ । ସତ୍ୟତଃ ସେ ହିଁ ଜୀବନବୃକ୍ଷ, ଯିଏ କି ସ୧ୁନ୍ନତ, ଶକ୍ତିମାନ୍ ତଥା ମହାନ୍ ଈଶ୍ୱରଙ୍କ ସୁଫଳ ଆନୟନ କରନ୍ତି । 

ହେ ଆହ୍୧ାଦ୍ ! ତୁମେ ସାକ୍ଷୀ ଦିଅ ଯେ, ବସ୍ତୁତଃ ସେ ହେଉଛନ୍ତି ଈଶ୍ୱର ଏବଂ ତାଙ୍କ ବ୍ୟତୀତ ଅନ୍ୟ କୌଣସି ଈଶ୍ୱର ନାହାଁନ୍ତି, ଯିଏ କି ସମ୍ରାଟ, ରକ୍ଷକ, ଅତୁଳନୀୟ ଓ ସର୍ବଶକ୍ତିମାନ୍ ଅଟନ୍ତି ଏବଂ ଯାହାଙ୍କୁ ଈଶ୍ୱର ଅଲ୍ଲୀ (ମହାତ୍ମା ବାବ୍) ନାମରେ ପଠାଇଛନ୍ତି, ସେ ହିଁ ସତ୍ୟତଃ ପରମାତ୍ମାାଙ୍କଠାରୁ ଅବତରିତ ହୋଇଛନ୍ତି, ଯାହାର ଆଦେଶକୁ ଆମେ ସମସ୍ତେ ପାଳନ କରୁଛୁ । 

କୁହ : ହେ ଜନଗଣ ! ଈଶ୍ୱରଙ୍କର ବିଧାନଗୁଡ଼ିକ ପ୍ରତି ଆଜ୍ଞାଧୀନ ହୁଅ, ଯାହା ସେହି ମହିମାବନ୍ତ ତଥା ବିଜ୍ଞଙ୍କ ଦ୍ୱାରା ପବିତ୍ର ବାୟନ୍ରେ ଦିଆଯାଇଛି । ବସ୍ତୁତଃ, ସେ ହିଁ ଦିବ୍ୟ ଅବତାରମାନଙ୍କର ଅଧିପତି ଏବଂ ତାଙ୍କର ମାତୃଗ୍ରନ୍ଥ ବୋଲି ତୁମେ ଜାଣିଥାନ୍ତ ହେଲେ । 

ଏହିପରି ଏହି କାରାଗାରରୁ ଏହି ଦିବ୍ୟ ବୁଲ୍ବୁଲ୍ ପ୍ରଭୁଙ୍କର ଆହ୍ୱାନକୁ ଉଚ୍ଚାରଣ କରୁଛି । ଏହି ସ୍ପଷ୍ଟ ସନେ୍ଦଶ କେବଳ ସେ ହିଁ ଦେବାକୁ ଥିଲା । ଯିଏ ଏହି ଉପଦେଶରୁ ବିମୁଖ ହେବାକୁ ଇଚ୍ଛା କରୁଛି, ସେ ବିମୁଖ ହେଉ ଏବଂ ଯିଏ ତାଙ୍କର ପ୍ରଭୁଙ୍କ ପାଖକୁ ଯିବାର ମାର୍ଗକୁ ବାଛି ନେବାକୁ ଇଚ୍ଛା କରୁଛି, ସେ ସେହି ମାର୍ଗ ବାଛିନେଉ । 

ହେ ମାନବଗଣ ! ଯଦି ତୁମେ ଏହି ବାଣୀକୁ ଅସ୍ୱୀକାର କର, ତେବେ ତୁମେ କେଉଁ ପ୍ରମାଣରେ ଈଶ୍ୱରଙ୍କୁ ବିଶ୍ୱାସ କରିଛ ? ହେ ସମବେତ ମିଥ୍ୟାଚାରୀଗଣ, ତାହା ଉପସ୍ଥାପନ କର, ନା ଯାହାଙ୍କ ହାତରେ ମୋର ଆତ୍ମା ରହିଅଛି, ସେହି ପରମାତ୍ମାଙ୍କର ଦ୍ୱାହି ! ସେମାନେ ନିଜେ ବା ପରସ୍ପରର ସହାୟତାରେ କେବେହେଲେ ମଧ୍ୟ ଏପରି କରିପାରି ନାହାଁନ୍ତି କିମ୍ବା କରିପାରିବେ ନାହିଁ । 

ହେ ଆହ୧ାଦ୍, ମୋର ଅନୁପସ୍ଥିତିରେ ମୋର ବଦାନ୍ୟତାକୁ ଭୁଲିଯାଅ ନାହିଁ । ତୁମ ଦିନମାନଙ୍କରେ ମୋ ଦିନଗୁଡ଼ିକୁ ଏବଂ ଏହି ସୁଦୂର କାରବାସରେ ମୋର ବିପି ଏବଂ ନିର୍ବାସନକୁ ସ୍ମରଣ କର ଏବଂ ତୁମେ ମୋର ପ୍ରେମରେ ଏପରି ଦୃଢ଼ ହୋଇଯାଅ, ଯେପରି ତୁମ ଉପରେ ଯଦି ଶତ୍ରୁମାନଙ୍କ ତରବାରୀର ବର୍ଷଣ ହୁଏ ତଥା ସମସ୍ତ ସ୍ୱର୍ଗ ଓ ପୃଥିବୀ ମଧ୍ୟ ତୁମ ବିରୋଧରେ ଦାୟମାନ ହୁଅନ୍ତି, ତେବେ ସୁଦ୍ଧା ତୁମ ହୃଦୟ ଯେପରି ଇତସ୍ତତଃ ନ ହୁଏ । 

ତୁମେ ମୋର ଶତ୍ରୁମାନଙ୍କ ପ୍ରତି ଅଗ୍ନିଶିଖା ଭଳି ଏବଂ ମୋର ପ୍ରିୟଜନମାନଙ୍କ ପାଇଁ ଶାଶ୍ୱତ ଜୀବନର ଏକ ସରିତା ଭଳି ହୁଅ ଏବଂ ସଂଶୟକାରୀମାନଙ୍କ ମଧ୍ୟରୁ ଜଣେ ହୁଅନାହିଁ । 

ଏବଂ ଯଦି ମୋର ପଥରେ ତୁମେ ଯବଣାରେ କବଳିତ ହୁଅ, କିମ୍ବା ମୋ ପାଇଁ ଅଧଃପତିତ ହୁଅ, ତେବେ ସେଥିପାଇଁ ବ୍ୟଥିତ ହୁଅନାହିଁ । 

ତୁମର ଈଶ୍ୱର ତଥା ତୁମ ପୂର୍ବଜମାନଙ୍କ ପ୍ରଭୁଙ୍କ ଠାରେ ତୁମେ ଆସ୍ଥା ରଖ, କାରଣ ଲୋକମାନେ ଅନ୍ତଦୃଷ୍ଟି ସମ୍ପନ୍ନ ନ ହୋଇ ଈଶ୍ୱରଙ୍କୁ ସ୍ୱୟଂ ନିଜ ଚକ୍ଷୁରେ ଦେଖିବା ପାଇଁ ଓ ନିଜର ର୍କଦ୍ୱାରା ତାଙ୍କର ମଧୁର     ରାଗ ଶୁଣିବା ପାଇଁ ଭ୍ରାନ୍ତିର୍ପୂ ପଥରେ ବିଚରଣ କରୁଛନ୍ତି । ସେମାନଙ୍କୁ ଆମେ ଏହିପରି ଭାବରେ ଦେଖିଛୁ, ଯାହାକି ତୁମେ ମଧ୍ୟ ଦେଖୁଛ । 
ଏହିପରି ସେମାନଙ୍କର ଅନ୍ଧବିଶ୍ୱାସ ସେମାନଙ୍କ ନିଜ ହୃଦୟ ମଧ୍ୟରେ ପରଦା ହୋଇଯାଇଛି ଏବଂ ସେମାନଙ୍କୁ ସେହି ସ୧ୁନ୍ନତ ତଥା ମହାନ୍ ପ୍ରଭୁଙ୍କର ପଥଠାରୁ ଦୂରେଇ ଦେଇଛି । ତୁମେ ନିଜର ମନ ମଧ୍ୟରେ ଆଶ୍ୱସ୍ଥ ହୁଅ ଯେ, ବସ୍ତୁତଃ ଯିଏ ଏହି ଦିବ୍ୟ ସୌନ୍ଦର୍ଯ୍ୟଙ୍କଠାରୁ ବିମୁଖ ହୁଏ, ସେ ଅତୀତର ସମସ୍ତ ଅବତାରଙ୍କଠାରୁ ବିମୁଖ ହୋଇଥାଏ ଏବଂ ସମସ୍ତ ଅନନ୍ତକାଳଠାରୁ ସମସ୍ତ ଅନନ୍ତକାଳ ପର୍ଯ୍ୟନ୍ତ ଭଗବାନ୍ଙ୍କ ପ୍ରତି ଗର୍ବ ପ୍ରଦର୍ଶନ କରିଥାଏ । 

ହେ ଆହ୍୧ାଦ୍ ! ତୁମେ ଏହି ଫଳକଲିପିକୁ ଉମ ରୂପେ କଣ୍ଠସ୍ଥ କର । ତୁମର ଦିନଗୁଡ଼ିକରେ ଏହାକୁ ସସ୍ୱର ଉଚ୍ଚାରଣ କର ଏବଂ ନିଜକୁ ଏଥିରୁ ବିରତ କରନାହିଁ । କାରଣ, ସତ୍ୟତଃ ଈଶ୍ୱର ଏହାକୁ ପାଠ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକଶତ ଶହୀଦଙ୍କର ପୁରସ୍କାର ଏବଂ ଉଭୟ ଜଗତରେ ଏକ ସେବାର ନିର୍ଦ୍ଧାରଣ କରିଛନ୍ତି । ଏହି ଅନୁଗ୍ରହ ଆମେ ଆମର ଏକ ବିଶେଷ ବରଦାନ ରୂପରେ ତଥା ଆମ ଉପସ୍ଥିତିର ଅନୁକମ୍ପା ସ୍ୱରୂପ ତୁମକୁ ପ୍ରଦାନ କରୁଅଛୁ, ଯାହା ଫଳରେ ତୁମେ କୃତଜ୍ଞମାନଙ୍କ ମଧ୍ୟରୁ ଜଣେ ହୋଇପାରିବ । 

ଈଶ୍ୱରଙ୍କର ଦ୍ୱାହି, ଦୁଃଖ ଅଥବା ଶୋକରେ ଆକୁଳ ଜଣେ ବ୍ୟକ୍ତି ଯଦି ଏହି ଫଳକଲିପିକୁ ର୍ପୂ ନିଷ୍ଠାରେ ସହିତ ପାଠ କରେ, ତାହାହେଲେ ଭଗବାନ୍ ତାଙ୍କ ଦୁଃଖ ଦୂର କରିବେ, ତାଙ୍କ ସଂକଟ ମୋଚନ କରିବେ ଏବଂ ଯବଣା ହରଣ କରିବେ । 

ବାସ୍ତବିକ୍, ସେ ହିଁ କରୁଣାମୟ ତଥା କୃପାଳୁ । ଈଶ୍ୱରଙ୍କର ପ୍ରଶଂସାଗାନ ହେଉ ଯିଏ କି ସମସ୍ତ ଜଗତର ପ୍ରଭୁ ଅଟନ୍ତି ।

-`Abdu'l-Bahá
-----------------------

